ଦେଶରେ ଲାଗୁ ହେଲା ନୂଆ ଆଇନ୍ 'ଭାରତୀୟ ନ୍ୟାୟ ସଂହିତା', ଶୁଣନ୍ତୁ କଣ କହୁଛନ୍ତି ଆଇନଜୀବୀ - THREE NEW CRIMINAL LAWS

By ETV Bharat Odisha Team

Published : Jul 1, 2024, 10:25 PM IST

thumbnail
THREE NEW CRIMINAL LAWS (ETV Bharat Odisha)

THREE NEW CRIMINAL LAWS:ରାୟଗଡ଼ା: ହଟିଲା ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଆଜିଠୁ ଲାଗୁ ହେଲା ୩ଟି ନୂଆ ଅପରାଧୀକ ଆଇନ ବ୍ୟବସ୍ଥା । ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ । ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି । ଆଜିଠୁ ଇତିହାସ ପାଲଟିଯାଇଛି IPC, CRPC ଓ ଏଭିଡେନ୍ସ ଆକ୍ଟ । ଅପରାଧୀକ ନ୍ୟାୟ ପ୍ରଣାଳୀରେ ଆମୂଳଚୂଳ ପରିବର୍ତ୍ତନ ସହ ଭାରତୀୟ ଦଣ୍ଡ ବିଧି ଆଇନରେ ବ୍ୟାପକ ସଂସ୍କାର ଅଣାଯାଇଛି । ଏଥିରେ ପୀଡ଼ିତଙ୍କୁ ସର୍ବାଧିକ ୩ ବର୍ଷ ଭିତରେ ନ୍ୟାୟ ମିଳିବା ବ୍ୟବସ୍ଥା ଥିବାବେଳେ, ବହୁ ଅନାବଶ୍ୟକ ଧାରା ହଟାଇ ଏହାର ସଂଖ୍ୟା ହ୍ରାସ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....ଦେଶରେ ଲାଗୁ ହେଲା ତିନି ନୂଆ ଅପରାଧିକ ଆଇନ୍‌, ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR - New criminal laws

ବ୍ରିଟିଶ ଅମଳର ଏହି ଫୌଜଦାରୀ ଆଇନ ବଦଳରେ ୩ ନୂଆ ଆଇନ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ, ଗତ ଡିସେମ୍ବରରେ ବାଜିଥିଲା ରାଷ୍ଟ୍ରପତିଙ୍କ ମୋହର । ଆଜିଠାରୁ ଏହାକୁ ଲାଗୁ କରାଯାଇଛି । ତେବେ ଏହି ନୂତନ ଆଇନ ବ୍ୟବସ୍ଥାକୁ ନେଇ ପୋଲିସ ଏବଂ ଆଇନଜୀବୀ ମହଲରେ ବେଶ୍ ଖୁସିର ଲହରୀ ଖେଳିଯାଇଛି । ଆଇନଜୀବୀମାନେ ଏହାକୁ ସ୍ବାଗତ କରିବା ସହିତ ଆଗାମୀ ଦିନରେ ସାଧାରଣ ଜନତାକୁ ତ୍ୱରିତ ନ୍ୟାୟ ମିଳିପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । 


ଇଟିଭି ଭାରତ,ରାୟଗଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.