thumbnail

ବାଲୁକା କଳାରେ ପଖାଳ କଂସା ପରସିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

By

Published : Mar 20, 2021, 7:58 AM IST

ପୁରୀ: ଆଜି ବିଶ୍ବ ପଖାଳ ଦିବସ । ସାରା ଓଡିଆଙ୍କ ଅତି ପ୍ରିୟ ଖାଦ୍ୟ ପଖାଳ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନିଜ ବାଲୁକା କଳା ମାଧ୍ୟମରେ ପଖାଳ ଭାତ ସାଙ୍ଗକୁ ବିଭିନ୍ନ ବ୍ୟଞ୍ଜନକୁ ପରସିଛନ୍ତି ସୁଦର୍ଶନ । ବାଲିରେ ସେ ପଖାଳ, ବଡି ଚୂରା , ମାଛ ଭଜା ଓ ଅନ୍ୟାନ୍ୟ ବ୍ୟଞ୍ଜନର ଅବିକଳ ପ୍ରତିକୃତି କରିଛନ୍ତି । ଯାହାକୁ ଦେଖିଲେ ଆପେ ଆପେ ପାଟିରୁ ବାହାରି ଆସୁଛି ଭାରି ସୁଆଦିଆ ପଖାଳ । ପଖାଳକୁ ବିଶ୍ବ ସ୍ତରରେ ପ୍ରସାର ପ୍ରଚାର କରିବା ଲକ୍ଷ୍ୟରେ ଗତ କିଛି ବର୍ଷ ଧରି ମାର୍ଚ୍ଚ 20କୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.