ଦ୍ବନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ - odisha school reopen news
🎬 Watch Now: Feature Video
ଭୁବନେଶ୍ବର: ଦ୍ବନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ । ସକାଳ ସମୟରେ ନିଷ୍ପତ୍ତି ସନ୍ଧ୍ୟାରେ ପ୍ରତ୍ୟାହାର କରାଯାଉଛି। ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀଙ୍କ ଏହି ଲୁଚକାଳି ଖେଳ ଭିତରେ ଦ୍ବନ୍ଦରେ ପଡୁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଯାହାର ନକରାତ୍ମକ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି । ଏହାକୁ ନେଇ ଛାତ୍ରଛାତ୍ରୀ କହିଛନ୍ତି ଯେ, ପରୀକ୍ଷା ମୁଣ୍ଡ ଉପରେ ରହିଥିବାରୁ ଚିନ୍ତା ବଢୁଛି । ଏପଟେ ଅନଲାଇନରେ କୋର୍ସ ରହିନାହିଁ । ପରୀକ୍ଷା ହୋଇନାହିଁ। ଦୁଇ ମାସ ମଧ୍ୟରେ ପାଠ ପଢି ପରୀକ୍ଷା ଦେବା କଷ୍ଟକର ହୋଇପଡିବ । ଏଥିପାଇଁ ଯଦି ପରୀକ୍ଷାକୁ ଫେବୃଆରୀରେ ନ କରି ଦୁଇରୁ ତିନି ମାସ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।