ଗ୍ରାମୀଣ ଉଦ୍ୟଗର ବିକାଶ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର - state government has announced a special package

🎬 Watch Now: Feature Video

thumbnail

By

Published : Aug 25, 2020, 5:36 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ଗ୍ରାମୀଣ ଅର୍ଥନୈତିକ ସ୍ଥିତିର ପୂନରୁଦ୍ଧାର ନିମନ୍ତେ କୋଭିଡ୍ ୧୯ ସହାୟତା ପ୍ୟାକେଜ । ଏହି ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଜୀବନ ଜୀବିକା ପାଇଁ ନବୀନ ପଟ୍ଟନାୟକ ସହାୟତା ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି । ଗରିବ ପରିବାରରକୁ ଜୀବିକା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପଞ୍ଚାୟତ ରାଜ, ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏହି ଦିଗରେ କାର୍ଯ୍ୟ କରିବେ । ଗ୍ରାମାଞ୍ଚଳରେ ବସବାସ କୁରଥିବ ଗରିବ ଓ ପ୍ରବାସୀଙ୍କ ପାଇଁ ୪ ପ୍ରକାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୬୦ଲକ୍ଷରୁ ଗ୍ରାମୀଣ ପରିବାରକୁ ମହିଳା ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରି ରାଜ୍ୟ ଶକ୍ତିଶାଳୀ ନେଟୱର୍କ ସୃଷ୍ଟି କରିଛି । ଏହାଦ୍ବାରା ପରିଚାଳନା କରାଯିବ । ଏଥିପାଇଁ ପ୍ୟାକେଜ ଦିଆଯିବ । ଏହା ଦ୍ବାରା ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗକୁ କୁଶଳୀ ଓ ଅର୍ଦ୍ଧ କୁଶଳୀ ପ୍ରବାସୀଙ୍କ କୃଷି ଓ ଅଣ କୃଷି କାର୍ଯ୍ୟ କରୁଥିବା ଉଦ୍ୟଗୀମାନେ ଉପକୃତ ହେବେ । ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟଗ ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟଗୀଙ୍କୁ ୫୦ ହଜାର ଋଣ ଦିଆଯିବ । ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା କିମ୍ବା ତାଙ୍କ ପରିବାର କୃଷି ବା ଅଣ କୃଷି ପାଇଁ ଏହି ଋଣ ନେଇ ପାରିବେ । କୃଷି ଓ ଅଣକୃଷି ମାନଙ୍କୁ ଏକ କାଳୀନ ୧ ଲକ୍ଷ ୫୦ ହଜାର ଟଙ୍କା ଋଣ ଦିଆଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.