କୋଭିଡ ଗାଇଡଲାଇନ ଉଲ୍ଲଂଘନ ଘଟଣା, ମନ୍ତ୍ରୀ ଓ ବିଧାୟକଙ୍କ ଗିରଫ ଦାବି କଲା ଶ୍ରୀଜଗନ୍ନାଥ ସେନା - violation of covid guidelines latest news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9059867-thumbnail-3x2-fg.jpg)
ପୁରୀ: ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କୋଭିଡ ଆଇନ ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଥାନାରେ ଏତଲା । ସୋମବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏନେଇ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଛି । ଗତକାଲି (ରବିବାର) ପୁରୀ ସ୍ବର୍ଗଦ୍ବାର ଠାରେ ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଉଥିବା ବେଳେ କୋରୋନା ଆକ୍ରାନ୍ତ ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବିଧାୟକ ଉମାକାନ୍ତ ସାମନ୍ତରାୟ କ୍ଵାରେଣ୍ଟାଇନ ନିୟମକୁ ଉଲ୍ଲଂଘନ କରି ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେଇଥିଲେ ।