ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା - unemployment news
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା । ଜାତୀୟସ୍ତରରୁ ଅଧିକ ରହିଛି ରାଜ୍ୟର ବେକାରୀ ହାର । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ତଥ୍ୟ ଅନୁସାରେ, 2020 ଅପ୍ରେଲ ପର୍ଯ୍ୟନ୍ତ ଓଡିଶାର ବେକାରୀ ହାର 10.7 ପଏଣ୍ଟ ବଢି 23.8 ପ୍ରତିଶତରେ ପହଞ୍ଚିଛି । ଯାହାକି ଜାତୀୟ ବେକାରୀ ହାର 23.5 ପ୍ରତିଶତ ତୁଳନାରେ ଅଧିକ ରହିଛି । ତେବେ ରାଜ୍ୟରେ ଶିକ୍ଷିତ ନଥିବା ଲୋକଙ୍କ ବେକାରୀ ହାର 52.71 ଥିବାବେଳେ ଗ୍ରାଜୁଏଟ ବେକାରୀ ହାର 22.59 ପ୍ରତିଶତ ରହିଛି । ସବୁଠି ବଡ କଥା ହେଉଛି ରାଜ୍ୟରେ 20ରୁ 24 ବର୍ଷ ଓ 24ରୁ 29 ବର୍ଷ ବୟସ ମଧ୍ୟରେ ଅଧିକ ପ୍ରତିଶତ ବେକାରୀ ରହିଛନ୍ତି ।