ସିଲେଇ କରି ରୋଜଗାର କରୁଥିଲେ ମାଆ, ପୁଅ ପାଇଲା ଆଇଏଏସ - ଭାରତୀୟ ପ୍ରଶାସନିକ ପରୀକ୍ଷା

🎬 Watch Now: Feature Video

thumbnail

By

Published : Aug 10, 2020, 3:12 PM IST

ଭୁବନେଶ୍ବର: ଅଗଷ୍ଟ 4 ତାରିଖରେ ପ୍ରକାଶ ପାଇଥିଲା ଭାରତୀୟ ପ୍ରଶାସନିକ ପରୀକ୍ଷା ବା ୟୁପିଏସସି-2019 ରେଜଲ୍ଟ । ଏହି ପରୀକ୍ଷାରେ ହରିୟାଣାର ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଚଳିତ ବର୍ଷ ମୋଟ 829 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ 182 ରାଙ୍କ ରଖି ଓଡିଆ ମାଟିକୁ ଗୌରବାନ୍ବିତ କରିଛନ୍ତି କୁମାର ବିଶ୍ବରଞ୍ଜନ । ଆର୍ଥିକ ଅନଟନରେ ତାଙ୍କ ସଫଳତାର ରାସ୍ତାରେ ପ୍ରତିବନ୍ଧକ ସାଜିନି । ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ଆଇଏଏସ କୁମାର ବିଶ୍ବରଞ୍ଜନ । ରାତିପାହିଲେ ପେଟ ପାଟଣା ଚିନ୍ତା । ୟେ, ହେଉଛନ୍ତି ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କୁମାର ବିଶ୍ବରଞ୍ଜନଙ୍କ ମାଆ, ଆଉ ୟେ ହେଉଛି ଆର୍ଥିକ ଅନଟନରେ ଗତି କରୁଥିବା ଏକ ଛୋଟ ପରିବାର । ହାତରେ ସିଲେଇ ମେସିନ । ସୂତାକୁ ସୂତା ଓ କପଡାକୁ କପଡା ଯୋଡି ସୁନ୍ଦର ସୁନ୍ଦର ଲୁଗା କରୁଥିବା ହାତ ପୁଅର ସ୍ବପ୍ନକୁ ମଧ୍ୟ ଅତି ନିଖୁଣ ଭାବେ ସିଲେଇ କରି ତା ଭବିଷ୍ୟତକୁ ସୁନ୍ଦର କରି ଗଢ଼ିଛନ୍ତି ମାଆ ମିନତୀ । ପରିଶ୍ରମର ଫଳ ବୃଥା ହୋଇନି । ଟେଲର ମାଆର ପୁଅ ହେଲା ଆଇଏଏସ । ୟୁପିଏସସି ପରୀକ୍ଷାରେ 182 ରାଙ୍କ ରଖି ଗୌରବ ଅର୍ଜନ କରିଛନ୍ତି ବିଶ୍ବରଞ୍ଜନ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.