ନର୍ସିଂ ଓ ଏଏନଏମ ପ୍ରାର୍ଥୀଙ୍କ ସାକ୍ଷାତକାରରେ ସାମାଜିକ ଦୂରତାକୁ ଫୁ - social distance nursing interview
🎬 Watch Now: Feature Video
କେନ୍ଦ୍ରାପଡ଼ା: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବୁଧବାର ଜିଲ୍ଲାରେ 24 ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବୃଦ୍ଧି କରାଯାଇଛି। ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ନୂତନ ଭାବେ ଦେଖାଦେଇଛି।ଅପରପକ୍ଷରେ ସାମାଜିକ ଦୂରତ୍ୱ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଥିଲା ବେଳେ ଆଜି ନର୍ସିଂ ଓ ଏଏନଏମ ପ୍ରାର୍ଥୀଙ୍କ ସାକ୍ଷାତକାର ସମୟରେ ସାମାଜିକ ଦୁରତ୍ୱକୁ ଫୁ କରିଦେଇଛି ପ୍ରଶାସନ। ଜିଲ୍ଲାରେ ଅନେକ କାର୍ଯ୍ୟାଳୟ ମାନଙ୍କରେ କାଁ ଭାଁ ସାମାଜିକ ଦୂରତା ଓ ମାସ୍କ ଉପରେ ଧ୍ୟାନ ଦିଆଯାଉଥିବା ବେଳେ କ୍ୟାମେରା ଦେଖି ସାମାଜିକ ଦୂରତା କଥା ମନେ ପକାଉଛନ୍ତି କର୍ମଚାରୀ। ଜିଲ୍ଲାର ନାକ ତଳେ ସାମାଜିକ ଦୂରତାକୁ କିଭଳି ଭାବେ ଅବମାନନା କରାଯାଉଛି ତାହା ଏହି ସାକ୍ଷାତକାର ସମୟରେ ଦେଖିବାକୁ ମିିଳିଛି । ସରକାରୀ କାର୍ଯ୍ୟକ୍ରମରେ ଏଭଳି କୋଭିଡ ନିୟମର ମଜାକ ଉଡା ଯାଉଥିବା ଚିନ୍ତାଜନକ ରହିଛି । ଶତାଧିକ ଆଶାୟୀ ଗୋଟିଏ ଛାତ ତଳେ ସାମାଜିକ ଦୂରତାକୁ ଜଳାଞ୍ଜଳି ଦେଇ ଏକାଠି ହୋଇଥିବାର ଦେଖିବାକୁ ମିଳିଛି ।