thumbnail

By

Published : Jan 21, 2021, 10:04 PM IST

ETV Bharat / Videos

ଚିନ୍ତା ବଢାଉଛି ଗେଟ ବଜାର ଟ୍ରାଫିକ ସମସ୍ୟା, ସ୍ବପ୍ନରେ ସିଲ୍କ ସିଟିର ଫ୍ଲାଏ ଓଭରବ୍ରିଜ

ବ୍ରହ୍ମପୁର: ରେଶମ ସହରରେ ସୁଧୁରୁନି ଟ୍ରାଫିକ ସମସ୍ୟା । ବର୍ଷବର୍ଷ ଧରି ଏହା ମଧ୍ୟରେ ନିୟମିତ ଭାବେ ସହରବାସିନ୍ଦାଙ୍କ ଚିନ୍ତା ବଢାଉଛି ଗେଟବଜାରର ଟ୍ରାଫିକ ସମସ୍ୟା। ଭିଡ ଭିତରେ ମୋଟର ଚାଳକଙ୍କ ଠାରୁ ଆରମ୍ଭ କରି ପଥଚାରୀ ସମସ୍ତଙ୍କୁ ଭିଡ ଯୋଗୁଁ ରାସ୍ତା ଅତିକ୍ରମରେ ନାନା ସମସ୍ୟା ହେଉଛି । ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପରର ଟ୍ରାଫିକ ସମସ୍ୟା ମଧ୍ୟରେ ନିୟମିତ ଭାବରେ ଅଧିକ ଚିନ୍ତା ବଢାଉଛି ଗେଟବଜାର ଭିଡ । ଏହି ସହରକୁ ଦୈନିକ ବାଣିଜ୍ୟ କାରବାର ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ଗଞ୍ଜାମ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ବହୁ ଜନସାଧାରଣ ନିର୍ଭର କରିଥାନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.