ଇତିହାସରେ ଲିପିବଦ୍ଧ ହୋଇ ରହିବ ଆଜିର ଦିନ: ଅମର ପଟ୍ଟନାୟକ

By

Published : Feb 27, 2021, 7:49 PM IST

thumbnail
ଭୁବନେଶ୍ବର: ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାରିତ ହୋଇଛି । ପ୍ରକୃତରେ ଏହା ଭାରତବର୍ଷ ଲାଗି ଏକ ଐତିହାସିକ ଦିନ । କେବଳ ଓଡ଼ିଶା କିମ୍ବା ଓଡ଼ିଆ ଜାତି ପାଇଁ ନୁହେଁ ବରଂ ସାରା ଭାରତବର୍ଷ ପାଇଁ ଏହି ଦିନ ସ୍ମରଣୀୟ ହୋଇ ରହିବ । ଏହା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଏଥି ସହ ଏହି ପରିକ୍ରମା ଯୋଜନାରେ କାର୍ଯ୍ୟରତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅମର । ବିଧାନସଭାରେ ପାରିତ ଏହି ସଂକଳ୍ପରେ ମୁଁ ମଧ୍ୟ ନିଜକୁ ସାମିଲ କରିବା ପାଇଁ ପ୍ରତିଜ୍ଞା କରୁଛି ବୋଲି ଅମର କହିଛନ୍ତି । ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.