କୋରାପୁଟର ‘ଟେରାକୋଟା ଝିଅ’, କଥା କୁହେ ଶିବାନୀଙ୍କ ଡିଜାଇନ - Shivani from Koraput
🎬 Watch Now: Feature Video

କୋରାପୁଟ: ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ପର୍ବରେ ଘରକୁ ଆଲୋକରେ ସଜେଇବା ପାଇଁ ବିଭିନ୍ନ ଲାଇଟିଂ ସାମଗ୍ରୀ କିଣିବାରେ ବ୍ୟସ୍ତ ହୋଇପଡିଲେଣି ଲୋକେ । ଚଳିତ ବର୍ଷ ମଧ୍ୟ ଚାଇନା ସାମଗ୍ରୀ ଅପେକ୍ଷା ଦେଶି ସାମଗ୍ରୀର ଚାହିଦା ବଢିବାରେ ଲାଗିଛି । ତେବେ ଦେଶୀ ସାମଗ୍ରୀର ଏହି ଚାହିଦା ଭିତରେ ଜିଲ୍ଲାରେ ବେଶ ଆଦୃତ ହୋଇଛନ୍ତି କୋରାପୁଟର ଟେରାକୋଟା ଝିଅ ଶିବାନୀ । ତେବେ କିଏ ଏହି ଶିବାନୀ, କାହିଁକି ତାଙ୍କୁ କୋରାପୁଟର ଟେରାକୋଟା ଝିଅ ଭାବେ ଆଖ୍ୟା ଦିଆଯାଇଛି । ମୁମ୍ବାଇରେ ରହୁଥିବା ସମୟରେ ନିଜ ପାଇଁ ତଥା ପାଖ ପଡ଼ୋଶୀଙ୍କ ପାଇଁ ଦୀପ ଓ ଅନ୍ୟାନ୍ୟ ମାଟିର ଜିନିଷରେ ଚିତ୍ର ଆଙ୍କିବାର ସଉକ ଆଜି ଶିବାନୀଙ୍କୁ କୋରାପୁଟର ଟେରାକୋଟା ଝିଅ କରିବାରେ ସମର୍ଥ କରିଛି । ଚିତ୍ରକଳାରେ ପ୍ରଶିକ୍ଷଣ ପାଇଥିବା ଶିବାନୀ କୋରାପୁଟକୁ ବୋହୁ ହୋଇ ଆସିବା ପରେ ସହର ନିକଟରେ ଥିବା ଝଡ଼ିଗୁଡା ଓ କୁମ୍ଭାର ଲିମକାର କୁମ୍ଭାର ମାନଙ୍କ ସହ ହାତ ମିଶାଇ ମାଟିରେ ପ୍ରସ୍ତୁତ ହେଉଥିବା ପ୍ରତିଟି ଜିନିଷ ମଧ୍ୟରେ ଉନ୍ନତ କଳାତ୍ମକ ପରିପ୍ରକାଶ କରି ସେଗୁଡିକର ମାନ ବୃଦ୍ଧି କରିବାରେ ଲାଗି ପଡିଛନ୍ତି।