ସାରୁଅ ଜମି ଦୁର୍ନୀତି ପ୍ରସଙ୍ଗ: ସାଂସଦଙ୍କୁ ଭେଟିଲେ ଜମିହରା ଦଳିତ

By

Published : Nov 4, 2020, 8:47 AM IST

thumbnail
ଖୋର୍ଦ୍ଧା: ସାରୁଅ ଜମି ଦୁର୍ନୀତି ପ୍ରସଙ୍ଗରେ ଜମି ହରାଇଥିବା ଦଳିତମାନେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନେ ସାଂସଦଙ୍କୁ ସମସ୍ତ ଘଟଣା ବିସ୍ତୃତ ଭାବେ ଜଣାଇଛନ୍ତି । ସାଂସଦ ସମସ୍ତଙ୍କୁ ଉଚିତ୍‌ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସାରୁଅରେ ଘରୋଇ ଗଣମାଧ୍ୟମ ଷ୍ଟୁଡିଓ ସାମ୍ନାରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ଜାରି ରହିଛି । ପ୍ରଭାବିତମାନେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଭେଟିଛନ୍ତି । ପ୍ରଭାବିତଙ୍କୁ ଭେଟିବା ପରେ ସାଂସଦ କହିଛନ୍ତି ଯେ, ‘ଦୀନବନ୍ଧୁ ମଲ୍ଲିକ, ହାଲୁରୀ ପାହାଡସିଂ, ସନାତନ ପାହାଡସିଂ ଓ ପ୍ରଭାତ କୁମାର ମଲ୍କିକ ତାଙ୍କୁ ଭେଟିଛନ୍ତି । ଅର୍ଥନାତିକ ଅପରାଧ ଶାଖା ଯେଉଁ ମାମଲା କରିଛି ସେଥିରେ ପ୍ରଭାବିତଙ୍କ କଥା କେହି ଶୁଣୁନାହାଁନ୍ତି ।’

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.