ନିଆରା ଢଙ୍ଗରେ ପାଳିତ ହେଲା ରାୟଗଡାରେ ସପ୍ତପୁରୀ ଅମାବାସ୍ୟା - ରାୟଗଡାରେ ସପ୍ତପୁରୀ ଅମାବାସ୍ୟା

🎬 Watch Now: Feature Video

thumbnail

By

Published : Aug 19, 2020, 7:59 PM IST

ରାୟଗଡା: ନିଆରା ଢଙ୍ଗରେ ପାଳନ ହେଲା ରାୟଗଡାରେ ସପ୍ତପୁରୀ ଅମାବାସ୍ୟା । କୃଷିଭିତ୍ତିକ ପର୍ବକୁ ବେଶ ନିରାଡମ୍ବରରେ ପାଳିତ ହୋଇଛି । ଏଥିପାଇଁ ରାୟଗଡା ଜିଲ୍ଲାର ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଥିଲା । ପୁରାତନ ପରମ୍ପରାକୁ ମନେ ପକାଇ ଘରେ ଘରେ ଚାଲିଥିଲା ପୂଜାର୍ଚ୍ଚନା । ପୌରାଣିକ କଥାବସ୍ତୁ ଅନୁଯାଇ ସପ୍ତପୁରୀ ଅମାବାସ୍ୟାରେ ଗିରିଗୋବର୍ଦ୍ଧନ ଉଠାଇ ଶ୍ରୀକୃଷ୍ଣ ଗୋପପୁରକୁ ରକ୍ଷା କରିଥିବା ବେଳେ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏହି ପୂଜା କରାଯାଏ । ଏହି ଉତ୍ସବର ବିଶେଷ ମହତ୍ୱ ରହିଛି ଛୋଟ ଛୋଟ ପିଲାମାନଙ୍କର ମାଟି ବଳଦ ସହ କଣ୍ଢେଇ ଖେଳ । ପରମ୍ପରା ଅନୁଯାୟୀ ପ୍ରତ୍ୟେକଙ୍କ ଘରେ ପୂଜା ପାଇଥାନ୍ତି ମାଟି ତିଆରି ଛୋଟ ଛୋଟ ଖେଳନା ମାଟିହାଣ୍ଡି ଓ ତା ସାଙ୍ଗକୁ ମାଟି ବଳଦ । ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ଲିଆ, ଉଖୁଡା ଆଦିକୁ ମାଟି ପାତ୍ରରେ ଭରି ଇନ୍ଦ୍ରଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ପିଲାମାନଙ୍କୁ ଖେଳିବାକୁ ଦିଆଯାଇଥାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.