କୋରାପୁଟ/ନିଆଳି: ଘାଟିରେ ଓଲଟିଲା ବସ୍ । ଆଜି ଭୋର ୫ଟା ବେଳେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ପାଖ ସୁକୁନାଳ ପାଖରେ ବସ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । କଟକରୁ ଗୁପ୍ତେଶ୍ୱର ଯାଉଥିବା ଏହି ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ବୈପାରୀଗୁଡାସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତାହତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ସେପଟେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଦୁର୍ଘଟଣା, ୪ ମୃତ:
ସୂଚନା ଅନୁସାରେ, କଟକରୁ ଏକ ଯାତ୍ରୀବାହୀ ବସ କଟକ ଅଲିଶାବଜାର, ନିଆଳି ଓ ନିମାପଡ଼ା ଅଞ୍ଚଳର କିଛି ଲୋକଙ୍କୁ ନେଇ କୋରାପୁଟ ଗୁପ୍ତେଶ୍ବର ଶୈବପୀଠକୁ ଦର୍ଶନ ପାଇଁ ଯାଉଥିଲେ । ଆଜି ସକାଳ ସମୟରେ ବସଟି ହଠାତ ଭାରସାମ୍ୟ ହରାଇ ଗୁପ୍ତେଶ୍ୱର ପାଖ ସୁକୁନାଳ ପାଖରେ ଥିବା ଏକ ଘାଟିରୁ ଖସି ପଡ଼ିଥିଲା । ବସରେ ପାଖାପାଖି ୪୦ରୁ ୫୦ ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଶିଶୁ, ବୃଦ୍ଧା ଓ ମହିଳା ଥିବା ସୂଚନା ମିଳିଛି । ତେବେ କିଛି ଜଣ ଅତି ଗୁରୁତର ଆହତ ଥିବାବେଳେ ସେମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାସ୍ତର କରାଯାଉଥିବା ସୂଚନା ମିଳିଛି ।
କୋରାପୁଟ ଗୁପ୍ତେଶ୍ୱର ସୁକୁନାଳ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ମୃତାହତଙ୍କ ବିଷୟରେ ଜାଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ମୃତାହତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ…
— CMO Odisha (@CMO_Odisha) December 29, 2024
ଏହା ମଧ୍ୟ ପଢ଼ନ୍ତୁ...ଦୁର୍ଘଟଣା ପରେ ହୁତୁ ହୁତୁ ଜଳିଗଲା ବାଇକ, 2 ମୃତ ଏହା ମଧ୍ୟ ପଢ଼ନ୍ତୁ...ପୋଲରେ ଭାରସାମ୍ୟ ହରାଇଲା ବସ, କେନାଲକୁ ଓଲଟି ପଡିଲା ଏହା ମଧ୍ୟ ପଢନ୍ତୁ...ଅବତରଣବେଳେ ଜଳିଗଲା ବିମାନ, ମୃତ୍ୟୁସଂଖ୍ୟା 85କୁ ବୃଦ୍ଧି |
ଅନୁକମ୍ପା ରାଶି:
ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହି ଦୁର୍ଘଟଣାରେ ମୃତାହତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, କଟକ ଅଲିଶାବଜାରରୁ ମୋଟ ୧୫ ଜଣ ଯାତ୍ରୀ ବସରେ ଯାଇଥିଲେ । ଗତ ୨୭ ତାରିଖରୁ ଗାଡି କଟକରୁ ବାହାରିଥିଲା । ଗତକାଲି ଷ୍ଟ୍ରାଇକ ଯୋଗୁ ଭବାନୀପାଟଣାରେ ବସଟି ରହିଥିଲା । ଆଜି ସକାଳୁ ବସଟି ଘାଟିରୁ ଓଲଟି ପଡ଼ିଥିବା ଖବର ମିଳିଛି ।
ଇଟିଭି ଭାରତ, କୋରାପୁଟ/ନିଆଳି