ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା। 3 ହାର୍ଡକୋର ମହିଳା ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନାଁରେ ମୋଟ୍ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
3 ହାର୍ଡକୋର ମହିଳା ମାଓବାଦୀ ଗିରଫ:
ତିନି ହାର୍ଡକୋର ମହିଳା ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହେଇଛି ମାଲକାନଗିରି ପୋଲିସ। ସୂଚନାରୁ ଜଣାପଡିଛି, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଜଙ୍ଗଲରେ ଜିଲ୍ଲା ପୋଲିସ ଓ ଡିଭିଏଫ ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ସେମାନେ ଧରାପଡିଛନ୍ତି । ତିନିଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଥିଲେ ମାଲକାନଗିରି ପୋଲିସ । ସେମାନଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ପୋଲିସ ଦ୍ବାରା ୩ ଜଣ ହାର୍ଡକୋର ମହିଳା ମାଓବାଦୀ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର।
ମାଓବାଦୀମାନଙ୍କ ନାଁରେ ଥିଲା 8 ଲକ୍ଷର ପୁରସ୍କାର ରାଶି:
ଏସପି ସମର୍ଥ ଶର୍ମା କହିଛନ୍ତି, "ସେମାନେ ହେଲେ ଆନ୍ଧ୍ର ଓଡିଶା ବର୍ଡର ସାଉଥ ଜୋନାଲ କମିଟି ମିଲେଟ୍ରି ପ୍ଲାଟୁନର ହାର୍ଡକୋର ମାଓବାଦୀ। ଗିରଫ ମହିଳା ମାଓବାଦୀ ହେଉଛନ୍ତି ମହିଳା ମାଓ ନେତ୍ରୀ ସ୍ବପ୍ନା ACM କ୍ୟାଡର । ତା ନାଁରେ ୪ ଲକ୍ଷ ଟଙ୍କା ପୁରସ୍କାର ଥିଲା । ମହିଳା ମାଓବାଦୀ କମଲା ଓରଫ ବବିତା, ସେ ପାର୍ଟି ମେମ୍ବର ଭାବେ କାମ କରିଥିଲା । ତା ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ଥିଲା ଓ ମହିଳା ମାଓବାଦୀ ସୁସ୍ମିତା ଓରଫ ସୁନିତା ଟପ ମାଓବାଦୀ ଉଦୟର ଥିଲା ଅଙ୍ଗ ରକ୍ଷକ। ତା ନାମରେ ମଧ୍ୟ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ତିନି ମହିଳା ମାଓବାଦୀଙ୍କ ନାଁରେ ମୋଟ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା।" ସେମାନେ ସ୍ବାଭିମାନ ଅଞ୍ଚଳ ଧାକଡ଼ ପଦର ଗ୍ରାମର ବୋଲି ଜଣାପଡ଼ିଛି।
ଏହା ବି ପଢନ୍ତୁ...ମହିଳା ମାଓବାଦୀ ଗିରଫ, ଏସବୁ ମାଓ ହିଂସାରେ ଥିଲେ ସାମିଲ - MAOIST ARRESTED
ଏହା ମଧ୍ୟ ପଢ଼ନ୍ତୁ...ମାଓ କ୍ୟାଡ଼ର ଟିକେସର ଆତ୍ମସମର୍ପଣ
ଏହା ମଧ୍ୟ ପଢ଼ନ୍ତୁ...କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ମୃତଦେହ ଠାବ, ଶୁଭେଚ୍ଛା ଜଣାଇଲେ ଡିଜି
ଗତମାସରେ ବି ଜଣେ ଗିରଫ ହୋଇଥିଲା:
ଗତ ମାସରେ ମଧ୍ୟ ଜଣେ ମହିଳା ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଥିଲା ମାଲକାନଗିରି ପୋଲିସ । ମହିଳା ମାଓବାଦୀଜଣଙ୍କୁ ମାଲକାନଗିରି ଜିଲ୍ଲାର ଏମଭି ୭୯ ଥାନା ଅଧୀନସ୍ଥ କୁର୍ତୀ ଜଙ୍ଗଲରୁ ଗିରଫ କରାଯାଇଥିଲା । ମାଓବାଦୀ ଜଣକ ଜଙ୍ଗଲ ଭିତରେ ଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ଏକ ଅପରେସନ ଲଞ୍ଚ କରିଥିଲା । ଯେଉଁଥିରେ ଏହି ସଫଳତା ପୋଲିସକୁ ମିଳିଥିଲା ।
ଇଟିଭି ଭାରତ, ମାଲକାନଗିରି