thumbnail

New year wishes: ବାଲିରେ କାଳିଆ ଠାକୁର, ନୂଆବର୍ଷ ଶୁଭେଚ୍ଛା ଦେଲେ ସୁଦର୍ଶନ

By

Published : Dec 31, 2021, 7:50 PM IST

ପୁରୀ: ବାଲୁକାକଳାରେ ନବବର୍ଷ ଶୁଭେଚ୍ଛା ଦେଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ବିଶାଳ ବାଲୁକାକଳା କରି ସାରା ବିଶ୍ୱବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ଶିଳ୍ପୀ । ଚଳିତ ବର୍ଷ ବାଲୁକାକଳାରେ ବାର୍ତ୍ତା ରହିଛି ପରିବେଶ ସୁରକ୍ଷା । ପରିବେଶକୁ ସୁରକ୍ଷିତ ରଖିଲେ ମାନବ ସମାଜ ସୁରକ୍ଷିତ ରହିବ ବୋଲି ବାର୍ତ୍ତା ଦେଇଛନ୍ତି ସୁଦର୍ଶନ । ସେହିପରି ପ୍ରତିବର୍ଷ ବେଳାଭୂମି ମହାପ୍ରଭୁଙ୍କ ବାଲୁକାକଳା କରି ବିଶ୍ୱବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଦେଇଛନ୍ତି ସୁଦର୍ଶନ । ବିଶ୍ୱକୁ କୋଭିଡ ମହାମାରୀରୁ ରକ୍ଷା କରିବା ନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.