thumbnail

By

Published : Oct 2, 2020, 10:25 PM IST

ETV Bharat / Videos

ବାଲୁକା କଳା ମାଧ୍ୟମରେ ଅହିଂସାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ପୁରୀ: ଗାନ୍ଧୀ ଜୟନ୍ତୀ ଅବସରରେ ପୁରୀର ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ମହାତ୍ମା ଗାନ୍ଧୀଙ୍କ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଏହି ବାଲୁକାକଳା ମାଧ୍ୟମରେ ସେ ବିଶ୍ବ ଶାନ୍ତି ନିମନ୍ତେ ବାର୍ତ୍ତା ଦେଇଛନ୍ତି । ସାରା ବିଶ୍ବରେ ଏବେ ବିଭିନ୍ନ ସ୍ଥାନରେରେ ଦେଶ ଦେଶ ଭିତରେ ଯୁଦ୍ଧର ମାହୋଲ ସୃଷ୍ଟି ହୋଇଛି । କୌଣସି ଯୁଦ୍ଧ ମାନବ ସମାଜ ପାଇଁ ହିତ ନୁହେଁ ବରଂ କ୍ଷତିକାରକ ବୋଲି ସେ ବାର୍ତ୍ତା ଦେଇଛନ୍ତି । ସତ୍ୟ, ଅହିଂସା, ଶାନ୍ତି ପୂଜାରୀ ସେହି ମହାନ ବ୍ୟକ୍ତିତ୍ବ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସମସ୍ତେ ଶାନ୍ତିର ରାସ୍ତାରେ ଆଗେଇ ଯିବାକୁ ମାନସ ସାହୁ ତାଙ୍କ ବାଲୁକା କଳା ମାଧ୍ୟମରେ ସାରା ବିଶ୍ବବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.