ଖୋଲିବ ରାଜ୍ୟର ସମସ୍ତ ଆରଟିଓ ଅଫିସ - RTO office open in odisha
🎬 Watch Now: Feature Video

ଭୁବନେଶ୍ବର: ରାଜ୍ୟର ସମସ୍ତ ଆରଟିଓ ଅଫିସରେ କାମ ଚାଲୁ ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଅନୁମତିପ୍ରାପ୍ତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ପରିବହନ କମିଶନର । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଡିଏଲ୍ ଏବଂ ଆରସି ସମ୍ପର୍କିତ ନବୀକରଣ କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ । ଆର୍ସି ସମ୍ପର୍କିତ ନାମ ପରିବର୍ତ୍ତନ ମଧ୍ୟ ହୋଇପାରିବ । ଅଗଷ୍ଟ 31 ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ହେବ ।