thumbnail

By

Published : Nov 22, 2020, 2:30 PM IST

ETV Bharat / Videos

ହସୁଛି ଫସଲ, ଘାରୁଛି ବନ୍ୟଜନ୍ତୁ ଭୟ

ଅନୁଗୋଳ: ମଞ୍ଚା ବିନା ଫସଲର ସୁରକ୍ଷା ଅସମ୍ଭବ । ଯେଉଁଠି ଚାଷ କ୍ଷେତ ସେଇଠି ମଞ୍ଚା । ଏବେ ରାଜ୍ୟରେ ଧାନ ପାଚିବା ଆରମ୍ଭ ହେଲାଣି । ଆଉ କିଛି ଦିନ ପରେ ଅମଳ ହେବ । ଏନେଇ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତର 50 ରୁ ଅଧିକ ଗାଁର ହଜାର ହଜାର ଚାଷୀଙ୍କ ଜୀବନ ଫସଲ ପାଇଁ ବାଜି ଲାଗିଛି । କାରଣ ଏହି କ୍ଷେତ ତାକୁ ଯୋଗାଇବ ବର୍ଷକର ଆହାର । ଏଣୁ ବନ୍ୟଜନ୍ତୁଙ୍କ ଦାଉରୁ ନିଜର ପାଚିଲା ଫସଲକୁ ବଞ୍ଚାଇବାକୁ ଚାଷୀ କସରତ ଆରମ୍ଭ କରିଛି । ସାରା ରାତି ଫସଲର ସୁରକ୍ଷା ପାଇଁ ଚାଷୀ ମଞ୍ଚା ତିଆରି କରି ସେଠାରେ ଜଗି ବସୁଛି । ବନ୍ୟଜନ୍ତୁ ଓ ହାତୀଙ୍କ ଦାଉରୁ ଫସଲ ସୁରକ୍ଷା ପାଇଁ ବନ ବିଭାଗର ସମସ୍ତ ପ୍ରଚେଷ୍ଟା ନିଷ୍ଫଳ ହେବା ପରେ ଏହି ଜଙ୍ଗଲ ଅଧ୍ୟୁଷିତ ଗାଁ ବାସିନ୍ଦା ନିଜ ଫସଲ ଏହିଭଳି ସୁରକ୍ଷା କରୁଛନ୍ତି । ଅଧିକାଂଶ ସମୟରେ ହାତୀ ହାବୁଡରେ ପଡି ଚାଷୀର ମୃତ୍ୟୁ ହେଉଥିବା ବେଳେ ଏହାକୁ ଖାତିର ନ କରି ଫସଲର ସୁରକ୍ଷା ପାଇଁ ଏଠାରେ ଚାଷୀ ନିଜ ଜୀବନକୁ ବାଜି ଲଗାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.