ସୋର ପରେ ଖଇରାରୁ ବିରଳ ହଳଦିଆ କଇଁଛ ଉଦ୍ଧାର - ହଳଦିଆ ରଙ୍ଗର କଇଁଛ ଉଦ୍ଧାର
🎬 Watch Now: Feature Video

ବାଲେଶ୍ବର: ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବିରଳ ହଳଦିଆ ରଙ୍ଗର କଇଁଛ । ସୋର ପରେ ଏବେ ଖଇରା ଅଞ୍ଚଳରେ ଏମିତି ରଙ୍ଗର କଇଁଛ ଦେଖିବାକୁ ମିଳିଛି । ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ବରପଦା ଗ୍ରାମର ପ୍ରଦୀପ କୁମାର ସାହୁ ନିଜ ବିଲରେ କାମ କରୁଥିବା ବେଳେ ଏହି କଇଁଛ ଦେଖିବାକୁ ପାଇଥିଲେ । ପ୍ରଦୀପ ସେଠାରୁ କଇଁଛଟିକୁ ଉଦ୍ଧାର କରି ନିଜ ଘରକୁ ନେଇ ଆସିଥିଲେ । ଏହା ପରେ ବନ ବିଭାଗକୁ ଏସମ୍ପର୍କରେ ଖବର ଦେଇଥିଲେ । ପରେ ଔପଦା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପଙ୍କ ଠାରୁ କଇଁଛକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି ।