thumbnail

By

Published : Mar 3, 2021, 7:28 PM IST

ETV Bharat / Videos

ଶିମିଳିପାଳରେ ନିଆଁ ଘଟଣା: ଯାଞ୍ଚ କରିବ ୱାଇଲ୍ଡ ଲାଇଫର ସ୍ବତନ୍ତ୍ର ଟିମ୍

ଭୁବନେଶ୍ବର: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ପିସିସିଏଫ ଓ୍ଵାଇଲ୍ଡ ଲାଇଫର ଏକ ଟିମ୍ ଘଟଣାର ତଦାରଖ କରିବେ । ତେବେ କାହିଁକି ଓ କେମିତି ନିଆଁ ଲାଗିଲା ସେ ନେଇ ଅଧିକ ଯାଞ୍ଚ କରିବ ଟିମ୍ । ଏହାସହ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାନୁସାରେ, ଗତ ସପ୍ତାହରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥବା ଜଣାପଡିଥିଲା । ଅନ୍ୟପଟେ ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲାଗିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ସେ କେନ୍ଦ୍ର ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ମଧ୍ୟ ଜଣାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.