କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାକୁ ସହଯୋଗର ହାତ ବଢାଇଲା RBI - ସହଯୋଗର ହାତ ବଢାଇଲା ଆରବିଆଇ
🎬 Watch Now: Feature Video
କଟକ: କୋରୋନା ମାଡରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାକୁ ପୁଣି ଚଳଚଞ୍ଚଳ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(Reserve Bank Of India) ଅଣ୍ଟା ଭିଡିଛି । ଏନେଇ RBI ପକ୍ଷରୁ ଟାଉନ ହଲ୍ ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନ ମାଲିକ, ବିଭିନ୍ନ ବ୍ୟାଙ୍କର ଉଚ୍ଚ ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ RBI ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏ.କେ ଶର୍ମା ଯୋଗ ଦେଇଥିଲେ । RBI କାର୍ଯ୍ୟକାରୀ ନିର୍ଦ୍ଦେଶକ ଏହି ଅବସରରେ ବିଭିନ୍ନ ଉଦ୍ୟୋଗୀମାନଙ୍କ ସହ ସିଧାସଳଖ କଥା ହେଇ ବ୍ୟାଙ୍କରୁ ୠଣ ପାଇବାରେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବାବଦରେ ଆଲୋଚନା କରିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Dec 3, 2021, 3:33 PM IST