ବହୁମୁଖୀ ଯୋଜନା ଫେଲ, ପ୍ରକୃତ ହିତାଧିକାରୀଙ୍କ ପେଟରେ ଲାତ - ration card problem in kendrapara

🎬 Watch Now: Feature Video

thumbnail

By

Published : Jun 26, 2020, 2:19 PM IST

କେନ୍ଦ୍ରାପଡା: ଲକଡାଉନ ସମୟରେ କେହି ଭୋକିଲା ରହିବେନି। ସମସ୍ତଙ୍କୁ ଯୋଗାଇ ଦିଆଯିବ ରାସନ ସାମଗ୍ରୀ। ଏପରି କିଛି ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଆଣିଛନ୍ତି ପୁଳା ପୁଳା ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ସୁଫଳ ପାଇବାରୁ ବଞ୍ଚିତ। ଆମେ କହୁଛୁ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତର ୬ ନଂ ୱାର୍ଡ ବାସିନ୍ଦାଙ୍କ କଥା। ସ୍ଥାନୀୟ ମାତୃ କଲ୍ୟାଣ ସ୍ବୟଂ ସହାୟକ ଗୋଷ୍ଠୀ ଏହି ୱାର୍ଡ ବାସିନ୍ଦାଙ୍କୁ ପୂର୍ବରୁ ରାସନ ସାମଗ୍ରୀ ଯୋଗାଉଥିବା ବେଳେ ଏବେ ବିଭିନ୍ନ ଆଳ ଦେଖାଇ କାର୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଅଥବା ବିଜୁ ପକ୍କାଘର ପାଇଥିବେ ସେମାନଙ୍କର କାର୍ଡ କଟାଯିବ ନାହିଁ ବୋଲି ଗାଇଡ଼ଲାଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଗରିବ ଶ୍ରେଣୀୟ ଶ୍ରମିକ ମାନଙ୍କର କାର୍ଡ କାଟିଛି ତାହା ସମୟ କହିବ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.