ରାଜତନ୍ତ୍ରର ଇତିହାସ ବଖାଣିବାକୁ ସଜେଇ ହେଉଛି ସମ୍ବଲପୁରର ‘ରାଣୀ ବଖରୀ’,

🎬 Watch Now: Feature Video

thumbnail
ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ନାଁରେ ପରିଚିତ ସମ୍ବଲପୁର ସହରର ଇତିହାସକୁ ଜୀବିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏନେଇ ସହରର ରାଣୀ ବଖରୀ ନାମରେ ପରିଚିତ 3 ମହଲା ବିଶିଷ୍ଟ ପ୍ରାସାଦକୁ ଦିଆଯାଉଛି ନବ ବଧୂର ରୂପ । 1650ରୁ 1660 ମଧ୍ୟରେ ସମ୍ବଲପୁରର ଚୌହାନ ବଂଶୀୟ ରାଜା ବଳିୟାର ସିଂ ଦେବ ନିଜ ଝିଅଙ୍କ ଉଦ୍ଦେଶ୍ୟରେ ଏହି 16 କକ୍ଷ ବିଶିଷ୍ଟ ପ୍ରାସାଦର ନିର୍ମାଣ କରିଥିଲେ । ସମ୍ବଲପୁରର ରାଜତନ୍ତ୍ରର ମୂକ ସାକ୍ଷୀ ଭାବେ ଦୀର୍ଘ ବର୍ଷ ଧରି ଦଣ୍ଡାୟମାନ ଥିବା ଏହି ଜେମାଦେଇ ମହଲ ବା ରାଣୀ ବଖରୀ ଧିରେ ଧିରେ ଜରାଜୀର୍ଣ୍ଣ ଅବସ୍ଥାକୁ ଗତି କରୁଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଏନେଇ 1 କୋଟିର ଅନୁଦାନ ସହ (Indian National Trust for Art and Cultural Heritage) ଇନଟାକ, ଓଡିଶା ଚ୍ୟାପ୍ଟରକୁ ଦିଆଯାଇଛି ପୁନରୁଦ୍ଧାର ଦାୟିତ୍ବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.