ଲକ୍ଡାଉନ୍ର ଦ୍ୱିତୀୟ ଦିନରେ କଣ ରହିଛି ପୁରୀ ସହର ସ୍ଥିତି, ଦେଖନ୍ତୁ...
🎬 Watch Now: Feature Video
ପୁରୀ:ସୋମବାର ପୁରୀ ସହରରେ ଲକ୍ଡାଉନ୍ର ଦ୍ବିତୀୟ ଦିନ । ଏଠାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପନି ପରିବା, ସଉଦା, ଔଷଧ ଦୋକାନକୁ ଛାଡି ସବୁ ଦୋକାନ ବନ୍ଦ ରହିଛି । ତେବେ ସୋମବାର ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ଲୋକେ ଘରୁ ବାହାରିଛନ୍ତି । ମୁହଁରେ ମାସ୍କ ଲଗାଇ ଏଠାରେ ଅନେକ ଲୋକ ଯାତାୟତ କରୁଛନ୍ତି । ଏଥିସହ ପୁରୀ ବାସିନ୍ଦା ସରକାରଙ୍କ ଲକ୍ଡାଉନ୍ ନିଷ୍ପତ୍ତିକୁ ସ୍ବାଗତ କରୁଛନ୍ତି । ଏହା ଦ୍ବାରା କୋରୋନା ମହାମାରୀକୁ ରୋକି ହେବ ବୋଲି ଜନସାଧାରଣ ମତ ରଖିଛନ୍ତି । ତେବେ ଲକ୍ଡାଉନ୍ର ଦ୍ବିତୀୟ ଦିନରେ ପୁରୀ ସହର ସ୍ଥିତି କିଭଳି ରହିଛି ଓ ଲୋକଙ୍କ ପ୍ରତିକ୍ରିୟା କଣ ରହିଛି ସେନେଇ ପୁରୀରୁ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର ।