ଖୋଲିଲାଣି ତାଲା, ପୁରୀରେ ଖୋଲୁନି ଜୀବିକା - ପୁରୀ ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8987483-thumbnail-3x2-wc.jpg)
ପୁରୀ: ଲକ ଡାଉନ କଟକଣା ହଟିଛି। ଅନଲକ ପର୍ଯ୍ୟାୟ ରେ ଅନେକ କଟକଣା କୋହଳ ହୋଇଛି ଓ ହୋଟେଲ ଗୁଡିକ ମଧ୍ୟ ଖୋଲି ସାରିଛି। ଓଡିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀ ସହରକୁ ପର୍ଯ୍ୟଟକଙ୍କ ପ୍ରବେଶ କଟକଣା ହଟିବା ପରେ ପର୍ଯ୍ୟଟକ ମାନେ ପୁରୀ ଭ୍ରମଣ ରେ ମଧ୍ୟ ଆସୁଛନ୍ତି। ତେବେ ମୁଖ୍ୟତ ଶ୍ରୀମନ୍ଦିର ବନ୍ଦ,ପୁରୀକୁ ଟ୍ରେନ ଚଳାଚଳ ବନ୍ଦ ଏବଂ କୋଭିଡ ସଂକ୍ରମଣ ଭୟ ଯୋଗୁ ରାଜ୍ୟ ବାହାରୁ କିନ୍ତୁ ପୁରୀକୁ ପର୍ଯ୍ୟଟକ ଆସୁ ନାହାଁନ୍ତି। ଫଳରେ ଅନଲକ ପରେ ହୋଟେଲ ବ୍ୟବସାୟ ଭଲ ଚାଲିବା ଆଶା ରଖିଥିବା ପୁରୀ ର ହୋଟେଲ ବ୍ୟବସାୟୀ ଏବେ ନିରାଶ ହୋଇଛନ୍ତି। ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ହୋଟେଲ ଖୋଲି ଥିବା ବେଳେ ଆସୁଥିବା ପର୍ଯ୍ୟଟକଙ୍କୁ କୋଭିଡରୁ ସୁରକ୍ଷା ପାଇଁ ନିୟମିତ ସାନିଟାଇଜ ସମେତ କିଭଳି ସାମାଜିକ ଦୂରତ୍ୱ ରଖିହେବ ସେ ନେଇ ହୋଟେଲ ରେ ବ୍ୟାପକ ବ୍ୟବସ୍ଥା ହୋଇଛି। ତେବେ ପୁରୀ କୁ ଟ୍ରେନ୍ ଚଳାଚଳ ବନ୍ଦ ଥିବା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁ ନାହାନ୍ତି।