ଯୁକ୍ତ ଦୁଇ କଳାରେ ଟପ୍ପର ହେଲେ ସମ୍ଭାବନା
🎬 Watch Now: Feature Video
ଯାଜପୁର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ। ଏହି ପରୀକ୍ଷାରେ ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ 91ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ସମ୍ଭାବନା ଏହି ପରୀକ୍ଷାରେ ସର୍ବାଧିକ 546 ନମ୍ବର ରଖି କୃତିତ୍ବ ଅର୍ଜନ କରିଛନ୍ତି। ଏଥି ସହିତ ସେ ଏକମାତ୍ର କୃତି ପରୀକ୍ଷାର୍ଥୀ ଭାବେ 90 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ତେବେ ବାପା ଗୋପାଳ ଚନ୍ଦ୍ର ସାହୁ ଓ ମା ସ୍ନେହଲତା ସାହୁ ସମ୍ଭାବନାଙ୍କ ସଫଳତାରେ ବେଶ ଗର୍ବିତ ଥିବା କହିଛନ୍ତି । ସମ୍ଭାବନାଙ୍କ ଘର ଯାଜପୁର ସଦର ବ୍ଲକ ଭୁଇଁପୁର ପଞ୍ଚାୟତର କଲ୍ୟାଣପୁର ଗାଁରେ। ଗୋପାଳ ଚନ୍ଦ୍ର ପାଣିକୋଇଲି ଅଞ୍ଚଳରେ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ କାମ କରନ୍ତି। ସେଥିପାଇଁ ସେ ପାଣିକୋଇଲି ଠାରେ ପରିବାର ନେଇ ରହିଆସୁଛନ୍ତି। ସମ୍ଭାବନାଙ୍କ ସଫଳତା ପାଇଁ ଏବେ ବିଭିନ୍ନ ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ।