thumbnail

By

Published : May 30, 2020, 10:18 PM IST

ETV Bharat / Videos

ବନ୍ଦେ ଉତ୍କଳ ଜନନୀ ଗାଇଲେ ଶ୍ରୀକ୍ଷେତ୍ରବାସୀ

ପୁରୀ: ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତ୍ୟେକ ଓଡିଆ ଶନିବାର ଅପରାହ୍ନ ସାଢେ 5ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅନୁରୋଧ କରିଥିଲେ । ବିଭିନ୍ନ ଅନୁଷ୍ଠାନ, ସାମାଜିକ କର୍ମୀ, ଛାତ୍ରଛାତ୍ରୀ, ପୋଲିସ, ସରକାରୀ କର୍ମଚାରୀ ଏହି ନିଆରା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପୁରୀ ବାସିନ୍ଦା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ବାର ନିକଟରୁ ଗୁଣ୍ଡିଚା ମନ୍ଦିର ଯାଏଁ ଅଢେଇ କିଲୋମିଟର ଧରି ଲୋକମାନେ ଏକ ସମୟରେ ଏକାଠି ହୋଇଥିଲେ । ଏହାସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଶ୍ରୀମନ୍ଦିର ସେବାୟତ, ବିଭିନ୍ନ ସମାଜସେବୀ, ପୋଲିସ, ଛାତ୍ରଛାତ୍ରୀ, କଳାକାର ଓ ପୁରୀ ସହରବାସୀ ଏଥିରେ ସାମିଲ ହୋଇଥିଲେ । ସମସ୍ତେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.