ଅବ୍ୟବସ୍ଥା ଘେରରେ ପର୍ଯ୍ୟଟନ କ୍ଷେତ୍ର ପୀର ଜାହାନିଆ - astaranga beach
🎬 Watch Now: Feature Video
ପୁରୀ: ସୌନ୍ଦର୍ଯ୍ୟର ଗନ୍ଥା ଘର ପୁରୀ ଅସ୍ତରଙ୍ଗ ବ୍ଲକ। ଯେଉଁଠି ରହିଛି ଅନେକ ରମଣୀୟ ସ୍ଥାନ । ସେଥିମଧ୍ୟରୁ ଗୋଟିଏ ଜାହାନିଆ ପୀର ପୀଠ । ନଦୀ ମୁହାଣ, ସମୁଦ୍ର ଓ ଜଙ୍ଗଲର ପ୍ରାକୃତିକ ପରିବେଶର ଏହି ସ୍ଥାନ ବେଶ ମନୋଲୋଭା । ଏହି ପୀଠ ଭାଇ ଚାରାର ବାର୍ତ୍ତା ବହନ କରେ । କାରଣ 16ଶହ ଶତାବ୍ଦୀରୁ ପୀର ବାବାଙ୍କୁ ଉଭୟ ହିନ୍ଦୁ ମୁସଲିମ ପୂଜା କରିଆସୁଛନ୍ତି । ଶୀତ ଦିନେ ଏଠି ବଣ ଭୋଜିର ଆସର ଜମେ। ଖାଲି ସେତିକି ନୁହେଁ କାର୍ତ୍ତିକ ପୂର୍ଣ୍ଣିମାରେ ବାବାଙ୍କ ପୀଠରେ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଥାଏ।