thumbnail

କୃଷି ନୀତିକୁ ଯୁଗାନ୍ତକାରୀ କହିଲେ ଧର୍ମେନ୍ଦ୍ର, ନିରଞ୍ଜନଙ୍କ କଟାକ୍ଷ

By

Published : Oct 3, 2020, 7:19 PM IST

ଭୁବନେଶ୍ବର: ପୁଣି ରାଜନୀତିର ଅଡୁଆ କ୍ଷେତରେ ଚାଷୀ । ନୂଆ କୃଷି ନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ନୂଆ ନୀତିରେ ଚାଷୀଙ୍କ ସ୍ବାର୍ଥକୁ ଭାରତ ସରକାର ଗୁରୁତ୍ବ ଦେଇଛନ୍ତି । ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଧାନର ସର୍ବ ନିମ୍ନ ମୂଲ୍ୟ (ଏମଏସପି) ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଧର୍ମେନ୍ଦ୍ର ସ୍ପଷ୍ଟ କରିବା ସହ କିଛି ସ୍ବାର୍ଥବାଦୀ ବିରୋଧୀ ଭ୍ରମ ପ୍ରଚାର କରୁଥିବା କହିଛନ୍ତି । ଭାରତ ସରକାର କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଏକ ଲକ୍ଷ କୋଟି ଟଙ୍କା କୃଷି ବଜାର ଭିତ୍ତିଭୂମିର କାର୍ଯ୍ୟ ଆରମ୍ଭ କରିସାରିଥିବା ଧର୍ମେନ୍ଦ୍ର କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.