ଘରୋଇ ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ; ଭୁଲ ଚିକିତ୍ସା ଦେଇ ଲକ୍ଷାଧିକ ଟଙ୍କା ଲୁଟ - bolangir bikash hospital
🎬 Watch Now: Feature Video

ବଲାଙ୍ଗୀର: ଘରୋଇ ହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ । ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କୁ ମାନସିକ ନିର୍ଯାତନା ଓ ଚିକିତ୍ସା ନାଁରେ ଅଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁସାରେ, ପାଟଣାଗଡ ଲାଇନ ପଡାର ନିବାସୀ ତରୁଣ କୁମାର ପାତ୍ରଙ୍କ ବାପା ନନ୍ଦ କିଶୋର ପାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋରୋନା ଟେଷ୍ଟ କରିଥିବାବେଳେ ରିପୋର୍ଟ ନେଗେଟିଭ ଆସିଥିଲା । ପରେ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପରୁ ଗତ 8 ତାରିଖରେ ଏକ ଘରୋଇ ବିକାଶ ମଲ୍ଡି ସ୍ପେଶାଲିଷ୍ଟରେ ଭର୍ତ୍ତି କରିଥିଲେ ।