Odisha Assembly: ହଟ୍ଟଗୋଳ କରି ଗୃହର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି ବିରୋଧୀ

By

Published : Sep 9, 2021, 7:48 PM IST

thumbnail
ଓଡ଼ିଶାରେ ଜନସାଧାରଣଙ୍କ ପଇସାରେ ବିଧାନସଭା ଚାଲୁଛି । ବିରୋଧୀ ବାରମ୍ବାର ହଟ୍ଟଗୋଳ କରି ବନ୍ଦ କରିବା ଗୃହର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି । ବିଜେପି ଡବଲ ଷ୍ଟାଣ୍ଡର୍ଡ ରୋଲ୍ ଖେଳୁଛି । ସଂସଦରେ ଗୋଟିଏ କଥା କହୁଛନ୍ତି ବାହାରେ ଆଉ ଗୋଟିଏ କଥା କହୁଛନ୍ତି । କେନ୍ଦ୍ରରେ ଯେତେବେଳେ ଗଠନ ମୂଳକ ଆଲୋଚନାକୁ ପ୍ରାଧାନ୍ୟ ଦେଉଛି ଏଠି ବିଜେପି ଦୋ ମୁହାଁ ନୀତି ଆପଣାଉଛି। ଗୃହରେ ବିଭିନ୍ନ ଅଞ୍ଚଳର ସମସ୍ୟା ଉଠିବା କଥା, ଏହାକୁ ବାଧା ଦେଇ ଲୋକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି ବିରୋଧୀ । ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଶେଷ ଦିନରେ ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଥିଲା ଏହାପରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.