thumbnail

By

Published : Jan 14, 2021, 8:38 PM IST

ETV Bharat / Videos

ସରକାରୀ ପଇସାରେ ରାଜନୈତିକ ବିସ୍ତାର କରୁଛି ବିଜେଡି; ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କଳାହାଣ୍ଡିରେ ଲୋକଙ୍କ ଅର୍ଥକୁ ଦଳୀୟ ପ୍ରଚାରରେ ଲଗାଉଛନ୍ତି ସରକାର । ଆଜି(ଗୁରୁବାର) ଦଳୀୟ କାର୍ଯ୍ୟାଳୟରେ ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, କିଛିଦିନ ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ଏରିଏଲ ସର୍ଭେ ପାଇଁ ଯାଇଥିଲେ । ଏହାର ତଥ୍ୟ ଆମେ ମାଗିଲେ ବି ଏଜାବତ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ତଥ୍ୟ ମିଳିନାହିଁ । ଆଜି ପ୍ରଥମ କରି କୋରୋନା ମହାମାରୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦାକୁ ବାହାରିଛନ୍ତି । ନିଜ ଦଳର ପ୍ରଚାର ବିଡ଼ିଓଙ୍କ ଜରିଆରେ କରାଯାଉଛି । ଅନ୍ୟ ଦଳୀୟ ନେତାଙ୍କୁ ଅଣଦେଖା କରାଯାଇଛି। ଲୋକ ପ୍ରତିନିଧିଙ୍କୁ ଗୁରୁତ୍ବ ଦିଆଯାଉ ନାହିଁ । 2013 ମସିହାରେ ସେଠି ଉଠା ଜଳସେଚନ ପ୍ରକଳ୍ପ ବ୍ୟବସ୍ଥା କରାଯାଇଥିଲା। ଏହା ଏବେ ଦିଗହରା ପାଲଟିଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.