ଟିକା ନେବାକୁ ମନାକଲେ ମିଳିବନି ମାଗଣା ଟିକା: ବିଜୟ ପାଣିଗ୍ରାହୀ - corona update
🎬 Watch Now: Feature Video
ଭୁବନେଶ୍ବର: ଟିକା ନେବାକୁ ମନାକଲେ ମିଳିବନି ମାଗଣା ଟିକା। ଏକଥା ସଫାସଫା ଶୁଣାଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ଯେଉଁମାନେ ଟୀକାକରଣ ପାଇଁ ମନା କରି ଦେଉଛନ୍ତି ତାଙ୍କୁ ପରବର୍ତ୍ତୀ ସମୟରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ ବୋଲି ବିଜୟ ପାଣଗ୍ରାହୀ କହିଛନ୍ତି। ବର୍ତ୍ତମାନ ଦିଆଯାଉଥିବା ଟିକା କରଣରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନାହିଁ। ତେବେ କୋଭିଡ ଭ୍ୟାକ୍ସିନର ଦ୍ବିତୀୟ ଦିନର ଟିକାକରଣ ସଫଳ ହୋଇଛି । ଗତକାଲି ୩୭୫ ସେସନ ସାଇଟ ପାଇଁ ୩୧ ହଜାର ୯୦୨ ଜଣଙ୍କୁ ଟିକା ଦେବା ଲାଗି ଟାର୍ଗେଟ କରାଯାଇଥିଲା । ଏହି ଟାର୍ଗେଟରୁ ଅଧିକ ୩୨ ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଛି । ଗତକାଲି ୧୦୨ ପ୍ରତିଶତ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି।