Panchayat Election: ଯାଜପୁରର ଜହ୍ନା ପଞ୍ଚାୟତ କାହାର ? - ପଞ୍ଚାୟତ ନିର୍ବାଚନ ଓଡିଶା

🎬 Watch Now: Feature Video

thumbnail

By

Published : Feb 1, 2022, 3:53 PM IST

ଯାଜପୁର: ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିଭିନ୍ନ ପଞ୍ଚାୟତର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି । ଏହାପରେ ସରଗରମ ହୋଇଉଠିଛି ଗାଁ ରାଜନୀତି । ପ୍ରଚାର ପ୍ରସାରରେ କମ୍ପୁଛି ଗାଁ । ସେପଟେ କର୍ମୀମାନେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଜନମତକୁ ଆପଣାଇବାର ଚେଷ୍ଟା ଚଳାଇଛନ୍ତି । ଭଲ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ରହି ଥିବାବେଳେ ଲୋକଙ୍କ ସମସ୍ୟାକୁ ପ୍ରସଙ୍ଗ କରି ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ଏହିପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଜହ୍ନା ପଞ୍ଚାୟତ ପ୍ରାର୍ଥୀମାନେ ମଧ୍ୟ ପ୍ରଚାର ପ୍ରସାର ଜାରି ରଖିଛନ୍ତି । ତେବେ ଗତ ଥର ଏହି ପଞ୍ଚାୟତରେ ବିଜେପି ଗାଦି ଅକ୍ତିଆର କରି ଥିବାବେଳେ ଚଳିତ ନିର୍ବାଚନ କାହା ନାମରେ ଯାଉଛି, ତାହା ଦେଖିବାକୁ ବାକି ରହିଲା । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.