କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗର ଭିଡିଓ ବାର୍ତ୍ତା - ସ୍ୱାସ୍ଥ୍ୟ ବିଭାଗର ସାମ୍ବାଦିକ ସମ୍ମିଳନୀ
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରେସମିଟ୍ । ସତର୍କ ରହିଲେ କରୋନାର ମୁକାବିଲା ହୋଇପାରିବ । ଏନେଇ ଆଜି (ମଙ୍ଗଳବାର) ପ୍ରେସମିଟ କରି ପରାମର୍ଶ ଦେଇଛନ୍ତି ରାଜ୍ୟର ଦୁଇ ଅଭିଜ୍ଞ ଡାକ୍ତର । ଡାକ୍ତର ଜୟନ୍ତ ପଣ୍ଡା ଓ ଡାକ୍ତର ସମ୍ପଦ ଦାସ ରାଜ୍ୟବାସୀଙ୍କୁ କୋରନା ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି । ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ସଂକ୍ରମଣ କରୁଛି । ଭୂତାଣୁ ଅଧିକ ସମୟ ବାୟୁମଣ୍ଡଳରେ ରହୁଥିବାରୁ ମାସ୍କର ସଠିକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ଟିକା ନେଇଥିଲେ ମଧ୍ୟ ପୁନଃ ସଂକ୍ରମିତ ହେବାର ଆଶଙ୍କା ଅଛି ବୋଲି ଡାକ୍ତର ଜୟନ୍ତ କହିଛନ୍ତି । ତେଣୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ସେ ପରାମର୍ଶ ଦେଇଛନ୍ତି । ମାସ୍କ ବ୍ୟବହାର ବର୍ତ୍ତମାନ ସମୟରେ ଏକମାତ୍ର ନିରାପଦ ଉପାୟ ବୋଲି ସେ କହିଛନ୍ତି । ଘରେ ରହିବାବେଳେ କିମ୍ବା ଗାଡ଼ି ଚାଳନା ସମୟରେ ମଧ୍ୟ ମାସ୍କର ବ୍ୟବହାର ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି । ଯୁବଗୋଷ୍ଠୀଙ୍କ ଚଳପ୍ରଚଳ ଅଧିକ ଥିବାରୁ ସେମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ । ଏଣୁ ଡବଲ ମାସ୍କ ବ୍ୟବହାର ଉପରେ ସେ ଗୁରୁତ୍ବରୋପ କରିଛନ୍ତି ।ନୂଆ ଭୂତାଣୁର ଲକ୍ଷଣ ଭିନ୍ନ ରହିଥିବା ଡାକ୍ତର ସମ୍ପଦ ଦାସ କହିଛନ୍ତି । ତେଣୁ ନୂଆ ଭୂତାଣୁର ଚିକିତ୍ସା ପାଇଁ ଅକ୍ସିଜେନ ବ୍ୟବହାର ଅଧିକ ଦରକାର ରହୁଥିବା ସେ କହିଛନ୍ତି । ନୂଆ ଭୂତାଣୁ ଦ୍ବାର ସବୁ ବର୍ଗର ଲୋକ ଆକ୍ରାନ୍ତ ହେଉଛନ୍ତି । କୋଭିଡରେ ଆକ୍ରାନ୍ତ ଥିଲେ ହୋମ ଆଇସୋଲେନସରେ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଭୟଭୀତ ନହୋଇ ଅଯଥାରେ ଡାକ୍ତରଖାନାରେ ଭିଡ ନଜମାଇବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି ସମସ୍ୟା ରୁହେ ତେବେ କୋଭିଡ ହେଲ୍ପ ଲାଇନକୁ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଗତଥର ଭଳି ସମସ୍ତ ନିୟମାବଳୀ ମାନି ରହିଲେ କୋଭିଡକୁ ହରାଇବା ସହଜ ମାତ ବୋଲି କହିଛନ୍ତି ଡାକ୍ତର ସଂପଦ ଦାସ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ । ଅଧିକ ପଢନ୍ତୁ
Last Updated : Apr 27, 2021, 9:52 PM IST