ସାଂସଦ ଅନୁଭବ ମହାନ୍ତି ଯୁକ୍ତ 2 ଫେଲ ହୋଇଥିବା କଂଗ୍ରେସର ଅଭିଯୋଗ - ଓଡିଶା କଂଗ୍ରେସ ସାମ୍ବାଦିକ ସମ୍ମିଳନୀ
🎬 Watch Now: Feature Video
ଭୁବନେଶ୍ବର: ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । କୋର୍ଟରେ ସାଂସଦଙ୍କ ପତ୍ନୀ ନିର୍ଯ୍ୟାତନା ନେଇ ପିଟିସନ ଦାଖଲ କରିବା ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ଅନୁଭବ । ସାଂସଦ ଅନୁଭବ ମହାନ୍ତି ଯୁକ୍ତ 2 ଫେଲ ସତ୍ତ୍ବେ ମିଥ୍ୟା ତଥ୍ୟ ଦେଇ କନ୍ଦରପୁର କଲେଜରେ ପାଠ ପଢୁଥିବା କଥା ସତ୍ୟପାଠ ଦାଖଲ କରିଥିଲେ । ଏଭଳି ସଙ୍ଗିନ ଅଭିଯୋଗ କରିଛି ଓଡିଶା ପ୍ରଦେଶ କଂଗ୍ରେସ । ଯୁକ୍ତ 2 ଫେଲ ହୋଇ ଅନୁଭବ କନ୍ଦରପୁର କଲେଜରେ କିପରି ନାମ ଲେଖାଇଲେ ବୋଲି ପ୍ରଶ୍ନ କରିଛି ଦଳ । ରାଜ୍ୟ ସରକାର ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ରାଜନୈତିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଯଦି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତାହେଲେ ଆଇନଗତ ଲଢେଇ ଲଢିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।