ଅସହ୍ୟ ହେଲାଣି ଭୋକର ଜ୍ୱାଳା, ପୁଣି ସୁରଟ ମୁହାଁ ଶହ ଶହ ପ୍ରବାସୀ ଓଡିଆ

🎬 Watch Now: Feature Video

thumbnail

By

Published : Sep 16, 2020, 8:08 PM IST

ବ୍ରହ୍ମପୁର: କୋରୋନା ପାଇଁ କଳକାରଖାନା ବନ୍ଦ ହୋଇଯିବାରୁ ଅନେକ ହରାଇଥିଲେ କର୍ମନିଯୁକ୍ତି । ବହୁ କଷ୍ଟରେ ଆସିଥିଲେ ନିଜ ଜନ୍ମ ମାଟିକୁ । ଯାହା ଦୁଇ ପଇସା ସଞ୍ଚୟ କରି ରଖିଥିଲେ ତାହା ଗାଁକୁ ଆସିବା ଏବଂ ଦୀର୍ଘ ଦିନ ଧରି କାର୍ଯ୍ୟ ନମିଳିବାରୁ ପରିବାର ଚଳାଇ ଶେଷ ହୋଇଗଲା । ଏଣୁ ଏଭଳି ସମୟରେ ନିଜ ଅଞ୍ଚଳରେ ରହି କିଛି ଲାଭ ନାହିଁ । କାମଧନ୍ଦା ନଥିବାରୁ ଲକଡାଉନ୍ ଏବଂ ସଟଡାଉନର ପ୍ରଭାବ ପାଇଁ ସତେଯେପରି କୋରୋନା ଭୟକୁ ବଳିଯାଇଛି ଏମାନଙ୍କ ପରିବାରରେ ଭୋକର ଜ୍ୱାଳା । ସେପଟେ ଗ୍ରାମରେ ଆଉ ରହିହେବ ନାହିଁ କି କୋରୋନାକୁ ଡରି ଘରେ ବସି ହେବନି । କୋଭିଡ-୧୯ ର ଭୟ ଯାଇନଥିଲେ ମଧ୍ୟ ଏବେ କର୍ମକ୍ଷେତ୍ରକୁ ଫେରିବାର ସମୟ ଆସିଯାଇଥିବାରୁ ପୁଣି ସୁରଟ ମୁହାଁ ହେବାକୁ ବାଧ୍ୟ କରିଛି ଏହି ପ୍ରବାସୀ ଓଡିଆଙ୍କୁ । ଭଗବାନଙ୍କ ଭରସାରେ ସତେଯେପରି ସମସ୍ତେ ବାହାରି ସାରିଛନ୍ତି ନିଜ କର୍ମକ୍ଷେତ୍ରକୁ । କିଏ ପରିବାର ପିଲାଛୁଆ କୁ ଘରେ ଛାଡି ଏକାକି ଯାଉଛି ତ ଆଉ କିଏ ପତ୍ନୀ ଓ ଛୁଆ ପିଲାଙ୍କୁ ନେଇ ସାଙ୍ଗରେ ବାହାରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.