ଟିକସ ଫାଙ୍କି ଅଭିଯୋଗ, ଗହଣା ଦୋକାନରେ ଆୟକର ବିଭାଗର ଚଢ଼ାଉ

🎬 Watch Now: Feature Video

thumbnail
ନୂଆପଡା: ଜିଲ୍ଲା ଖଡ଼ିଆଳ ସହର ଭିତରେ ଥିବା 2ଗୋଟି ସୁନା ଗହଣା ଦୋକାନ ଉପରେ ଆୟକର ବିଭାଗର ଚଢ଼ାଉ କରିଛି । ଟିକସ ଫାଙ୍କି ଥିବା ଅଭିଯୋଗରେ ନୂଆପଡା ଭବାନୀପାଟଣା ଆୟକର ବିଭାଗର 21 ଜଣିଆ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି । ତେବେ ଚଢାଉ ସମୟରେ ବିଭିନ୍ନ ଦସ୍ତାବିଜ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ଏହି ସ୍ୱତନ୍ତ୍ର ଟିମ । ଖଡ଼ିଆଳ ସ୍ଥିତ ଗୋବିନ୍ଧା ଅଗ୍ରୱାଲ ଏବଂ ଉମେଶ ଅଗ୍ରୱାଲଙ୍କ ସୁନାଗହଣା ଦୋକାନ ବୋଲି ଜଣାପଡିଛି । 2017 ମସିହାରୁ ଟିକସ ଫାଙ୍କି ଥିବା ଅଭିଯୋଗରେ ଆୟକର ବିଭାଗ ଚଢ଼ାଉ କରିଥିବା ଜଣାପଡ଼ିଛି । ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.