ଗଞ୍ଜାମରେ ଚାଲିଛି ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା

By

Published : Jan 22, 2022, 3:51 PM IST

thumbnail
ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ପରେ ଗଞ୍ଜାମ ଜିଲ୍ଲାରେ ଚାଲିଛି ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଛତ୍ରପୁର ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଜୋନର ଜିଲ୍ଲାପରିଷଦ ସଦସ୍ୟମାନେ ନିଜର ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରଦାନ କରିଥିବା ପ୍ରମାଣ ପତ୍ରଗୁଡ଼ିକୁ ସାଥିରେ ଆଣି ଯାଞ୍ଚ କରାଇଛନ୍ତି । ଏହି ସମୟରେ ପ୍ରାର୍ଥୀଙ୍କ ସମେତ ସେମାନଙ୍କ ପ୍ରସ୍ତାବକ ଓ ସମର୍ଥକମାନେ ମଧ୍ୟ ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । କେଉଁ ଜୋନର ପ୍ରାର୍ଥୀମାନେ କେଉଁ ସମୟରେ ନାମାଙ୍କନ ପତ୍ର ଯାଞ୍ଚ କରିବେ ସେନେଇ ସମୟ ସ୍ଥିର କରାଯାଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.