thumbnail

ମରୁଡ଼ି ସ୍ଥିତି ନେଇ ମନ୍ତ୍ରୀ ଉତ୍ତର ରଖୁ ନାହାଁନ୍ତି: ସନ୍ତୋଷ ସିଂହ ସାଲୁଜା

By

Published : Sep 2, 2021, 4:48 PM IST

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ବିରୋଧୀ କଂଗ୍ରେସ ବିଧାନସଭାରେ ହୋ ହାଲ୍ଲା କରିଥିଲେ । ଗତକାଲି ଗୃହ ଆରମ୍ଭରୁ ହିଁ ରାଜ୍ୟରେ ମରୁଡ଼ି ସ୍ଥିତିକୁ ଗୃହ ମୁଲତବୀ ପ୍ରସ୍ତାବ ଆଣିବାକୁ ଦାବି କରିଥିଲା କଂଗ୍ରେସ । ଏହାସହ ମରୁଡ଼ି ସ୍ଥିତିକୁ ନେଇ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କୁ ଗୃହରେ ଉତ୍ତର ରଖିବାକୁ ଦାବି କରିଥିଲା କଂଗ୍ରେସ । କିନ୍ତୁ ବାଚସ୍ପତି କୃଷି ମନ୍ତ୍ରୀଙ୍କୁ ଏହାର ଉତ୍ତର ରଖିବାକୁ କହିଥିଲେ । ତେବେ ସେ ମଧ୍ୟ ମରୁଡ଼ି ଉପରେ କୌଣସି ଉତ୍ତର ରଖିବାକୁ ମନା କରିବା ସହ କେବଳ କୃଷି ଉପରେ କହିଥିଲେ । ଏହାକୁ ବିରୋଧୀ କଂଗ୍ରେସ ତୀବ୍ର ବିରୋଧ କରିଥିଲା । ଆଜି ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ କରିଛି କଂଗ୍ରେସ । ଯାହାଫଳରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.