thumbnail

By

Published : Jul 8, 2020, 4:30 PM IST

ETV Bharat / Videos

ନିଯୁକ୍ତି ବନ୍ଦ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଯୁବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା 2ବର୍ଷ ପର୍ଯ୍ୟନ୍ତ ସରକାରୀ ସ୍ତରରେ ନିଯୁକ୍ତି ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛି ଯୁବ କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛି ଦଳ । ଦଳ କହିଛି, ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଯୁବକ ଓ ଯୁବତୀ ବେକାର ହୋଇଯିବେ । ଏପରିକି ଚାକିରି ନ ପାଇ ଅନେକ ଆଶାୟୀ ଆତ୍ମହତ୍ୟା କରିବେ । ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ । କୋରୋନା ମାଡଠୁ ବଳିଗଲା ନବୀନ ସରକାରଙ୍କ ନିଷ୍ପତ୍ତି । ତେଣୁ ସରକାରଙ୍କ ନିଷ୍ପତ୍ତିକୁ ଆମେ ଆବଶ୍ୟକ ସ୍ଥଳେ ଭାଙ୍ଗିବୁ । ବେକାର ଯୁବକ ଓ ଯୁବତୀଙ୍କ ସ୍ବାର୍ଥ ଆମ ପାଇଁ ଆଗ ବୋଲି କହିଛନ୍ତି କଂଗ୍ରେସର ଯୁବ ନେତା ରାଜୀବ ପଟ୍ଟନାୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.