ଯାଜପୁରରେ ଆଉ 86 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 759କୁ ବୃଦ୍ଧି - corona positive identified in jajpur
🎬 Watch Now: Feature Video
ଯାଜପୁର: ଜିଲ୍ଲାରେ ଶୁକ୍ରବାର ପୁଣି 86 ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 759ରେ ପହଞ୍ଚିଛି । ଚିହ୍ନଟ 86 ପଜିଟିଭଙ୍କ ମଧ୍ୟରୁ ବିଞ୍ଝାରପୁର ବ୍ଲକରେ ସର୍ବାଧିକ 52ଜଣ ଥିବାବେଳେ ରସୁଲପୁର ବ୍ଳକରେ ୧୫, ବରୀ ବ୍ଳକରେ ୧୩, ଯାଜପୁର ପୌରାଞ୍ଚଳରେ 2 ଜଣ, ଯାଜପୁର ବ୍ଳକରେ ଏବଂ ବ୍ୟାସନଗରରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ଏଯାବତ୍ ୪୮୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୭୦ ଜଣଙ୍କ ଚିକିତ୍ସା ଏବେ ବି ଜାରି ରହିଛି ଏବଂ ବରୀ ଅଞ୍ଚଳରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାରେ ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ସୃଷ୍ଟି କରିଛି । ଲୋକମାନେ ସାମାଜିକ ଦୂରତ୍ୱକୁ ବିଶେଷ ଗୁରୁତ୍ୱ ଦେଉନଥିବା ମଧ୍ୟ ନଜରକୁ ଆସୁଥିବା ବେଳେ ଆଜିର ପଜିଟିଭ ଚିହ୍ନଟ ପରେ ଯାଜପୁରରୁ ଆମ ସମ୍ବାଦଦାତା ସିଧାସଳଖ ଜିଲ୍ଲାର ସ୍ଥିତି ପରଖିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ