ବାଳସନ୍ୟାସୀର ନିଆରା ପ୍ରଥା, ମାନସିକ ପୂରଣ ହେଲେ ଶୂନ୍ୟଦେହୀଙ୍କୁ ଟେକି ଦିଏ ମା’ - ଢେଙ୍କାନାଳ
🎬 Watch Now: Feature Video

ଢେଙ୍କାନାଳ: ‘ବାବା ମୋ ପୁଅ ଦେହ ଭଲ ରହୁନି, ଦେହ ଭଲ ହୋଇଗଲେ ତମରି ପାଖେ ଅର୍ପଣ କରିଦେଇ ଯିବି ।’ ଏହାକହି ମା ତା'ର ମାନସିକ ରଖେ । ଆଉ ପୁରଣ ହେଲା ପରେ ନିଜ କଥା ରଖି ପୁଅକୁ ବାବାଙ୍କ ପାଖରେ ଅର୍ପଣ କରିଦେଇଯାଏ । ଆମ ଓଡିଆ ପରମ୍ପରାରେ ମାନସିକ ପ୍ରଥା ଢେର ପୁରୁଣା ମାତ୍ର ଶୂନ୍ୟଦେହୀଙ୍କ ପାଖରେ ବାଳସନ୍ୟାସୀ ଭାବେ ସମର୍ପଣ କରିଦେବା ପ୍ରଥା ଟିକେ ନିଆରା, ଯାହାର ଦୃଶ୍ୟ ପ୍ରତିବର୍ଷ ଯୋରନ୍ଦା ମହିମାଗାଦିରେ ଦେଖିବାକୁ ମିଳେ । ହଜାର ହଜାର ମାନସିକଧାରୀ ନିଜ ସନ୍ତାନଙ୍କୁ ଶୂନ୍ୟଦେହୀଙ୍କ ପାଖରେ ଟେକିଦେଇ ଯାଆନ୍ତି ।