ବିଚ୍ ରାସ୍ତାରେ ବୁଲିଲା ଭୁଜାଲି, CCTVରେ କଏଦ ହେଲା ଦୃଶ୍ୟ
🎬 Watch Now: Feature Video
ଅନୁଗୋଳ: ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବିଚ୍ ରାସ୍ତାରେ ଖଣ୍ଡା ବୁଲାଇଲେ ଦୁର୍ବୃତ୍ତ । ଯାହାର ଚିତ୍ର ସିସିଟିଭି(CCTV)ରେ କଏଦ ହୋଇଛି । ଅନୁଗୋଳ ଟାଉନ ଥାନା ଠାରୁ ମାତ୍ର 100 ମିଟର ଦୂରରେ ଘଟିଛି ଏହି ଘଟଣା । ଗତକାଲି(ଶୁକ୍ରବାର) ସନ୍ଧ୍ୟା ସମୟରେ ଅନୁଗୋଳ ସହର ବସଷ୍ଟାଣ୍ଡକୁ କାର୍ ଯୋଗେ କିଛି ଦୁର୍ବୃତ୍ତ ଆସିଥିଲେ । ବସଷ୍ଟାଣ୍ଡ ପାଖରେ ଥିବା ଜଳଖିଆ ଦୋକାନରୁ ସେମାନେ କିଛି ଜଳଖିଆ ମାଗିଥିଲେ ଏବଂ ସେଠାରେ କାର୍ଯ୍ୟରତ ଯୁବକକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଦୋକାନୀଙ୍କ ପୁଅ ସେମାନଙ୍କୁ ବୁଝାସୁଝା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ ଦେବା ସହ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ଏପରିକି ସେମାନେ ନିଜକୁ ଡନର ପରିଚୟ ଦେଇଥିଲେ । ପ୍ରାୟ ଅଧଘଣ୍ଟା ଧରି ଏହି ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇଥିଲେ ମଧ୍ୟ ପୋଲିସ ସେଠାରେ ପହଞ୍ଚି ପାରିନଥିଲା । ଯାହାକୁ ନେଇ ଲୋକେ ନାନା ପ୍ରଶ୍ନ ଉଠାଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ