ମହାମାରୀ କୋରୋନା, ପେଡ୍ କ୍ବାରେଣ୍ଟିନକୁ ପ୍ରବାସୀଙ୍କ ବାଃ ବାଃ - କୋରୋନା ଭୟ
🎬 Watch Now: Feature Video
ପୁରୀ: କୋରୋନା କାଳରେ ସମସ୍ତେ ନାଚାର। ଅଦୃଶ୍ୟ ଭାଇରସ ମାନବ ସମାଜକୁ ଡରାଇକି ରଖିଛି। ତେବେ ଏହା ଏକ ସଂକ୍ରାମକ ରୋଗ ହୋଇଥିବାକୁ ରୋଗୀକୁ ଅଲଗା ରଖିବାକୁ ସରକାରଙ୍କ ବିଭିନ୍ନ ନିୟମ ସହ ପ୍ରସ୍ତୁତ କରାଯାଇଛି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ। କେବଳ ସେତିକି ନୁହେଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ କ୍ବାରେଣ୍ଟିନ ସେଣ୍ଟରରେ ରଖାଯାଉଛି। ତେବେ ମହାମାରୀ ସମୟରେ କିଛି ଶଦ୍ଦ ସହ ଦେଶବାସୀ ଖୁବ୍ ପରିଚିତ୍ ହୋଇଗଲେଣି ତାହା ହେଲା କ୍ବାରେଣ୍ଟିନ, ପେଡ୍ କ୍ବାରେଣ୍ଟିନ, ହୋମ କ୍ବାରେଣ୍ଟିନ, ସେଲଫ୍ ଆଇସୋଲେସନ ଇତ୍ୟାଦି। ସେଥିମଧ୍ୟ ରୁ ପେଡ କ୍ୱାରେଣ୍ଟିନ ଅନ୍ୟତମ। ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସମୟ ରେ ଅଧିକ ଆରାମ ଦାୟକ କ୍ୱାରେଣ୍ଟିନ ବ୍ୟବସ୍ଥା ଦେବା ଏହି ପେଡ କ୍ୱାରେଣ୍ଟିନର ଉଦ୍ଦେଶ୍ୟ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ମଧ୍ୟ ପେଡ୍ କ୍ବାରେଣ୍ଟିନର ବ୍ୟବସ୍ଥା କରାଯାଇଛି। ଯାହା ସମସ୍ତଙ୍କ ପକେଟକୁ ସୁହାଇବା ଭଳି ହେବା ସହ ପ୍ରବାସୀଙ୍କ ଖୁବ୍ ପସନ୍ଦ।