ବିଧାନସଭା ବୟକଟ୍ କରିବେ ସୁର, ବାଚସ୍ପତିଙ୍କୁ ଲେଖିଲେ ଚିଠି

🎬 Watch Now: Feature Video

thumbnail
ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବିଧାନସଭାକୁ ବୟକଟ୍ କରିବା ସହ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ସୁରଙ୍କ କହିବା କଥା, ଯଦି ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକଙ୍କୁ ବିଧାନସଭା ମନା, ତାହେଲେ ମୁଁ ବିଧାନସଭାକୁ ବୟକଟ୍ କରିବି । ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ଜଟଣୀ ବିଧାୟକ । କୋଭିଡ୍ କଟକଣା ଭିତରେ ବିଧାନସଭା ବସୁଥିବାରୁ ବାଚସ୍ପତିଙ୍କ ପକ୍ଷରୁ କୁହାଯାଇଛି ୬୦ ବର୍ଷ ବୟସ୍କ କିମ୍ବା ଉର୍ଦ୍ଧ୍ବ ବୟସର ବିଧାୟକ ଯଦି ଚାହିଁବେ ଭିଡିଓ କନଫରେନ୍ସ ଜରିଆରେ ନିଜ ନିର୍ବାଚନ ମଣ୍ଡଳୀର କିମ୍ବା ଭୁବନେଶ୍ୱର ଓକାକରେ ହୋଇଥିବା ବ୍ୟବସ୍ଥା ମାଧ୍ୟମରେ ବିଧାନସଭାର ଅଧିବେଶନରେ ସାମିଲ ହୋଇପାରିବେ । ହେଲେ ଏକଥାକୁ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଅସ୍ଵୀକାର କରିଛନ୍ତି । ଯେଉଁଁଥିପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଚିଠି ଲେଖି ବିଧାନସଭାକୁ ବର୍ଜନ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.