କଳିଙ୍ଗନଗର ଗୁଳିକାଣ୍ଡ ଘଟଣା; ସ୍ମୃତି ସମାବେଶ ଲାଗି ଚାଲିଛି ପ୍ରସ୍ତୁତି

By

Published : Jan 4, 2020, 9:55 PM IST

thumbnail
ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିବାକୁ ଯାଉଛି 14 ବର୍ଷ । ଟାଟା କାରଖାନା ପାଇଁ ଜମି ଅଧିଗ୍ରହଣ ଓ ପ୍ରାଚୀର ନିର୍ମାଣକୁ ବିରୋଧ କରି 2006 ମସିହା ଜାନୁଆରୀ 2 ତାରିଖରେ ପୋଲିସ-ଆଦିବାସୀ ସଂଘର୍ଷ ଘଟି 13 ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ପରିବାରଙ୍କ ମନରେ ଏବେବି ସେହି ସ୍ମୃତି ତାଜା ହୋଇରହିଛି । ତେବେ ସେହି ଅଭୁଲା ଦିନକୁ ପ୍ରତିବର୍ଷ ସହିଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ । ଜନମଞ୍ଚ ପକ୍ଷରୁ ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆଇନଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.