ସହୀଦ ଜୟୀ ରାଜଗୁରୁଙ୍କ ବଳିଦାନ ଦିବସ ପାଳିତ - ରାଜ୍ୟ ସ୍ତରୀୟ ଜୟୀ ରାଜଗୁରୁଙ୍କ 123 ତମ ବଳିଦାନ ଦିବସ
🎬 Watch Now: Feature Video
ଖୋର୍ଦ୍ଧା: ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୁଲ୍ୟରେ ଖୋର୍ଦ୍ଧା ଟାଉନ ହଲ ଠାରେ ରାଜ୍ୟ ସ୍ତରୀୟ ଜୟୀ ରାଜଗୁରୁଙ୍କ 123 ତମ ବଳିଦାନ ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ଏନେଇ ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ପାଇକ ଆଖଡା ସମରକଳା ପଦର୍ଶନ ହେବା ସହିତ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।
ଏଥିରେ ମୁଖ୍ୟ ଅତିଥି ରୂପେ ପରିବେଶବିତ୍ ଦିଲ୍ଲୀପ ଶ୍ରୀଚନ୍ଦନ ଓ ସମ୍ମାନୀତ ଅତିଥି ରୂପେ ବରିଷ୍ଠ ଆଇନିଜୀବି ଅଜିତ ପଟ୍ଟନାୟକ ଉପସ୍ଥିତ ଥିଲେ ।