ଗତି ବଦଳେଇଲା ଇନ୍ଦ୍ରାବତୀ, ଦୁଃଖରେ ନଦୀ କୂଳିଆ - ଇନ୍ଦ୍ରାବତୀର ଗତିପଥ ପରିବର୍ତ୍ତନରେ ଗାଁ ଲୋକ ଆତଙ୍କୀତ

🎬 Watch Now: Feature Video

thumbnail

By

Published : Sep 23, 2020, 7:49 PM IST

ନବରଙ୍ଗପୁର: ଜିଲ୍ଲାର ଇନ୍ଦ୍ରାବତୀ ନଦୀ ଏକ ବଡ଼ ନଦୀ ଏବଂ ପ୍ରମୁଖ ନଦୀ। ଏହି ଇନ୍ଦ୍ରାବତୀ ନଦୀ କଳାହାଣ୍ଡି ଜିଲ୍ଲାରୁ ଛୋଟ ଆକାରରେ ବାହାରି ନବରଙ୍ଗପୁର ଜିଲ୍ଲାର 4 ଟି ବ୍ଲକ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡ଼ାର 30ଟି ଗାଁ ଦେଇ ଛତିଶଗଡ଼ ରାଜ୍ୟ ଓ ପରେ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଯାଇ ମିଶୁଛି। ପୂର୍ବେ ଇନ୍ଦ୍ରାବତୀ ନଦୀ 3,4 କିଲୋମିଟର ଆଗକୁ ପ୍ରବାହିତ ହେଉଥିଲା, ଏହି ନଦୀ ଗତିପଥ ପରିବର୍ତ୍ତନ କରିବା ଦ୍ୱାରା ଧୀରେ ଧୀରେ 3,4 କିଲୋମିଟର ପଛକୁ ଚାଲିଯାଇଥିଲା କିନ୍ତୁ ଏବେ ନଦୀକୂଳରେ ରହିଥିବା ଗାଁ ଗୁଡିକ ଇନ୍ଦ୍ରାବତୀ ନଦୀ ପୁନଃବାର ତାର ଗତିପଥ ପରିବର୍ତ୍ତନ କରୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖାସ କରି ନବରଙ୍ଗପୁର ଓ କଷାଗୁମୁଡ଼ା ବ୍ଲକର 21 ଟି ନଦୀ କୁଳିଆ ଗାଁ ଇନ୍ଦ୍ରାବତୀ ନଦୀର ଗତିପଥ ପରିବର୍ତ୍ତନରେ ବେଶି ପ୍ରଭାବିତ ହୋଇଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.